Skip to main content

ବିଭାଗ ବିଷୟରେ

Content Not Available

ବିଭାଗ ବିଷୟରେ

ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ହେଉଛି ସରକାରଙ୍କର ଏକ ମୁଖ୍ୟ ବିଭାଗ (Nodal Department), ଯାହା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାବଳୀର ପରିଚାଳନା କରେ । ଏଥିମଧ୍ୟରେ ସର୍ବଭାରତୀୟ ସେବା ଏବଂ ଓଡ଼ିଶା ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀମାନଙ୍କର କ୍ୟାଡର ନିୟନ୍ତ୍ରଣ, ରାଜଧାନୀ ପ୍ରଶାସନ, ସତର୍କତା (Vigilance), ଲୋକାୟୁକ୍ତ, ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠି, ପ୍ରଶାସନିକ ସଂସ୍କାର, ପେନସନ୍ ଏବଂ ଜନ ଅଭିଯୋଗ ପରିଚାଳନା ଅନ୍ତର୍ଭୁକ୍ତ । ଏହା ସହିତ ଏହି ବିଭାଗ ବରିଷ୍ଠ ଗ୍ରୁପ୍-ଏ ଅଧିକାରୀମାନଙ୍କର ସି.ସି.ଆର୍ (CCR) ରକ୍ଷଣାବେକ୍ଷଣ କରିବା, ସରକାରଙ୍କ କାର୍ଯ୍ୟ ସମ୍ପାଦନ ନିୟମାବଳୀ (Rules of Business) ପ୍ରସ୍ତୁତ କରିବା ଏବଂ ସାଧାରଣ ସେବା ନିୟମ ଓ ସର୍ତ୍ତାବଳୀ ଉପରେ ସରକାରଙ୍କ ବିଭିନ୍ନ ବିଭାଗକୁ ପରାମର୍ଶ ଦେଇଥାଏ ।

ଏହି ବିଭାଗ ଅଧୀନରେ କେତେକ ପ୍ରମୁଖ ସରକାରୀ ଅନୁଷ୍ଠାନ କାର୍ଯ୍ୟ କରୁଛନ୍ତି, ଯେପରିକି ନିଯୁକ୍ତି ଦାୟିତ୍ୱରେ ଥିବା ଓଡ଼ିଶା ଲୋକସେବା ଆୟୋଗ (OPSC), ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (OSSC), ଏବଂ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (OSSSC) । ଏଥିସହିତ ପ୍ରଶାସନିକ ଅଧିକାରୀମାନଙ୍କର ପ୍ରଶିକ୍ଷଣ ଓ ଦକ୍ଷତା ବୃଦ୍ଧି ପାଇଁ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ (GAA) କାର୍ଯ୍ୟ କରୁଛି । ଏହା ବ୍ୟତୀତ ବିଭାଗର କେତେକ ବିଶେଷ କାର୍ଯ୍ୟ ମଧ୍ୟ ରହିଛି, ଯେପରିକି ସମ୍ପତ୍ତି ପ୍ରଶାସନ। ଏହା ରାଜଧାନୀ ଭୁବନେଶ୍ୱରର ୬୫ଟି ଗ୍ରାମକୁ ନେଇ ଗଠିତ ସରକାରୀ ଜମିର ପରିଚାଳନା, ଭୁବନେଶ୍ୱର ଓ କଟକରେ ଥିବା ସରକାରୀ ଆବାସିକ ଓ ଅଣ-ଆବାସିକ ସମ୍ପତ୍ତି ଏବଂ ବାସଗୃହର ରକ୍ଷଣାବେକ୍ଷଣ ସହିତ ଜମି ପ୍ରଶାସନ ସମ୍ବନ୍ଧୀୟ ବିଭିନ୍ନ ବିଷୟର ତଦାରଖ କରିଥାଏ ।

ଦେଶର ପ୍ରଶାସନିକ ବ୍ୟବସ୍ଥାରେ ହେଉଥିବା ଦ୍ରୁତ ପରିବର୍ତ୍ତନ ଏବଂ ଅଗ୍ରଗତି ସହିତ ତାଳ ମିଳାଇ, ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ମଧ୍ୟ ପ୍ରଶାସନିକ ସଂସ୍କାର ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥିପାଇଁ ବିଭାଗୀୟ ସଂରଚନାରେ ପରିବର୍ତ୍ତନ, ନିୟମ ଓ କାର୍ଯ୍ୟବିଧିର ସରଳୀକରଣ କରାଯିବା ସହ ସୂଚନା ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଏକ ତ୍ୱରିତ ଓ ପାରସ୍ପରିକ ନିଷ୍ପତ୍ତି ଗ୍ରହଣକାରୀ ବ୍ୟବସ୍ଥା ପ୍ରତିଷ୍ଠା କରାଯାଇଛି ।